କରୋନାର ଶିକାର ହେଲେ ୨ ଡାକ୍ତର

ରାଉରକେଲା : ରାଜ୍ୟରେ ଆଉ ୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୧୮ ଜଣ ଅଛନ୍ତି। ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ ପୁରୁଷ ଓ ୩ଜଣ ମହିଳା ଅଛନ୍ତି । ଏହି ୧୮ ଜଣଙ୍କ ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ତଥ୍ୟ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଡାକ୍ତର ଅଛନ୍ତି। ସେମାନେ ରାଉରକେଲା ସରକାରୀ ହସ୍‌ପିଟାଲ୍‌ର। ସେମାନେ ପ୍ରଥମେ କୋଭିଡ୍‌ ହସ୍‌ପିଟାଲ୍‌ ଡ୍ୟୁଟିରେ ଥିଲେ। ପରେ ସେମାନଙ୍କୁ ମେଡିକାଲ୍‌ ଡ୍ୟୁଟିରେ ବି ନିୟୋଜିତ ହୋଇଥିଲେ। ରିପୋର୍ଟ ପିଜିଟିଭ୍ ଆସିବା ପରେ ଏହି ଦୁଇ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେହିପରି ରାଉରକେଲା ସରକାରୀ ହସ୍‌ପିଟାଲ୍‌କୁ ସଂପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି। ଏହା ସହିତ ଡାକ୍ତରଖାନାର ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।