ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର: ଯୁକ୍ତ ଦୁଇ ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା ଜୁନିୟର କଲେଜ।

ରେଭେନ୍ସା ଜୁନିୟର କଲେଜରେ କଳାରେ ୭୨.୫ ପ୍ରତିଶତ ରହିଛି କଟ୍ ଅଫ୍ ମାର୍କ। ଦ୍ୱିତୀୟରେ ବିଜେବି କଲେଜ ଥିବା ବେଳେ କଟ୍ ଅଫ୍ ମାର୍କ ରହିଛି ୭୧.୮୩%। ଏହାବ୍ୟତୀତ ୬୭.୮୩% ସହ ୩ୟରେ ରହିଛି ରାଉରକେଲା ସରକାରୀ ଜୁନିଅର କଲେଜ।

ବିଜ୍ଞାନରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ଥିବା ବେଳେ କଟ୍ ଅଫ୍ ମାର୍କ ୮୯% ରହିଛି । ୮୮.୬% ସହ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ ଓ ୮୬.୬୭% ସହ ତୃତୀୟ ସ୍ଥାନରେ ରହିଛି ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିର।

ବାଣିଜ୍ୟରେ ୭୫.୮୩% ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିୟର କଲେଜ ଥିବା ବେଳେ ୭୫.୫% ସହ ୨ୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି। ଏହାବ୍ୟତୀତ ବାଣିଜ୍ୟରେ ୭୪% ସହ ତୃତୀୟରେ ବିଜେବି ଜୁନିଅର କଲେଜ ରହିଛି।