ଝାରସୁଗୁଡା: ଆଜି ଝାରସୁଗୁଡା ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୧ ବର୍ଷର ଶିଶୁ ଥିବାବେଳେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଅଛନ୍ତି । ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏ ବାବଦରେ ସୂଚନା ଦେଇଛନ୍ତି ।ମିଳିଥିବା ସୂଚନା ମୁତାବକ ଝାରସୁଗୁଡା ଜିଲ୍ଲାର ମଙ୍ଗଳବଜାର ଅଂଚଳର ଜଣେ ୧ ବର୍ଷର ଶିଶୁ କନ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଶିଶୁଙ୍କ ପରିବାର ବାହାର ରାଜ୍ୟରୁ ଫେରି ହୋମ କ୍ଵାରେଣ୍ଟିନରେ ଥିଲେ ।
ଗତକାଲି ଚିହ୍ନଟ ହୋଇଥିବା ୫ ବର୍ଷୀୟ ଶିଶୁ ଏହି ୧ ବର୍ଷୀୟ ଶିଶୁଙ୍କ ଭାଇ ବୋଲି ଜଣାପଡିଛି । ଅନ୍ୟ ଆକ୍ରାନ୍ତ ଜଣକ ମହାରାଷ୍ଟ୍ରରୁ ଫେରିଥିବାବେଳେ ସେ କ୍ୱାରେଂଟାଇନ୍ ସେଂଟରରେ ଥିଲେ । ଏହା ପରେ ମଙ୍ଗଳବଜାର ଅଂଚଳକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି ।