କରୋନା ନେଲା ଆଉ ୨ଜଣଙ୍କ ମୁଣ୍ଡ; ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ସବୁଠୁ ବଡ଼ ଖବର ଆସି ପହଂଚିଛି । ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଜଣେ ମୃତକ ବରଗଡ଼ ଜିଲ୍ଲାର ୭୬ବର୍ଷୀୟ ବୃଦ୍ଧ । ଅନ୍ୟ ଜଣେ ମୃତକ ଗଞ୍ଜାମ ଜିଲ୍ଲାର ୪୯ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି । କେବଳ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧିପାଇଛି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଭିନ୍ନ କହିଲେ ରାଜ୍ୟ ସରକାର । କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ କାରଣୁ ମୃତ ବୋଳି କହିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ପୁରୀ ଜିଲ୍ଲାର ବୋଳି ଜଣାପଡ଼ିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟରେ ଆଜି ସର୍ବାଧିକ ୩୦୪ଜଣ କରୋନା ଆକ୍ରାନ୍ତ ୨୧ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।