ଚାନ୍ଦିପୁରର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ୨ ସେନା କର୍ମଚାରୀ କରୋନା ପଜିଟିଭ

ବାଲେଶ୍ୱର: ଚାନ୍ଦିପୁରରେ ଥିବା ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ୨ ଜଣ କର୍ମଚାରୀ କରୋନା ପଜିଟିଭ ବୋଲି ଜଣାପଡିଛି । ଏହି ଦୁଇ ଜଣ ସେନା କର୍ମଚାରୀଙ୍କ ପାଖରେ କରୋନା ଲକ୍ଷଣ ଜଣାପଡିବା ପରେ ଗତ ଶନିବାର ଦିନ ଦୁଇ ଜଣ କୋଲକାତାରେ ଥିବା କମାଣ୍ଡୋ ହସ୍ପିଟାଲକୁ ଯାଇଥିଲେ । ସେଠାରେ ସ୍ୱାବ ନମୁନା ପରୀକ୍ଷା ପରେ କରୋନା ପଜିଟିଭ ବୋଲି ଜଣାପଡିଥିଲା । ଏହା ପରେ ଦୁଇ ଜଣ କର୍ମଚାରୀଙ୍କୁ ବାରାକପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ ବୋଲି ଜଣାପଡିବା ପରେ ବର୍ତ୍ତମାନ ଚାନ୍ଦିପୁରରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପରିଦର୍ଶନ କରି କଣ୍ଟାକଟ ଟ୍ରେସିଙ୍ଗ କରାଯିବା ସହ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜେସନ କରାଯାଉଛି | ସେହିପରି କର୍ମଚାରୀମାନଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଇଥିବାବେଳେ ସମସ୍ତଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଦୁଇ ଜଣ କର୍ମଚାରୀ କାହା କାହା ସଂସ୍ପର୍ଶରେ ଆସିଥିଲେ ପ୍ରଶାସନ ପକ୍ଷରୁ ଏବେ ତାହାର ଅନୁସନ୍ଧାନ କରାଯାଉଛି । ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ଅତିରିକ୍ତ ନିର୍ଦ୍ଦେଶକ ଏଚ.ଏସ ପଣ୍ଡା ଏହି ସୂଚନା ଦେଇଛନ୍ତି ।