ଆଜି କରୋନାରେ ୨ ଜୀବନ ଗଲା; ମୃତ୍ୟୁ ସଂଖ୍ୟା ୩୮କୁ ବଢ଼ିଲା

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ଦୁଇ ଜଣ ସଂକ୍ରମିତ କରେନାରେ ଆଖି ବୁଜି ଦେଇଛନ୍ତି । ଲଗାତର ଭାବେ କିଛିଦିନ ହେବ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ହୋଇଛି । ଆଜି କରୋନାରେ ପ୍ରାଣ ହରାଇଥିବା ଦୁଇ ସଂକ୍ରମିତ ଗଞ୍ଜାମ ଓ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଆଜିର ମୃତ୍ୟୁସଂଖ୍ୟା କୁ ମିଶାଇ ରାଜ୍ୟରେ ମୋଟ ୩୮ ଜଣ ପ୍ରାଣ ହରାଇଥିବା ବେଳେ ୬୨୨୪ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୩୨୫୪ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।


ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ରେକର୍ଡ଼ କରାଯାଇଛି । ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୨୧ଜଣ ପ୍ରାଣ ହରାଇଲେଣି । ଆଜି ମୃତ୍ୟୁବରଣ କରିଥିବା ସଂକ୍ରମିତ ଜଣକ ୭୭ ବର୍ଷୀୟ ପୁରୁଷ । ସେ ପୂର୍ବରୁ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପିଡ଼ୀତ ଥିଲେ ।
ସେହିପରି ରାଜ୍ୟରେ ଆଜି ଯାଜପୁର ଜିଲ୍ଲାରେ ପ୍ରଥମ ମୃତ୍ୟୁ ହୋଇଛି । ଆଜି ମୃତ୍ୟୁବରଣ କରିଥିବା ସଂକ୍ରମିତ ୬୪ ବର୍ଷୀୟ ପୁରୁଷ ଓ ସେ ପୂର୍ବରୁ ମଧୁମେହ ରୋଗରେ ପିଡ଼ୀତ ଥିଲେ । ଆଜିର ମୃତ୍ୟୁସଂଖ୍ୟା କୁ ମିଶାଇ ରାଜ୍ୟରେ ମୋଟ ୩୮ ଜଣ ପ୍ରାଣ ହରାଇଥିବା ବେଳେ ୬୨୨୪ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୩୨୫୪ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।