ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୫କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ସବୁଠୁ ବଡ଼ ଖବର ଆସି ପହଂଚିଛି । ଆଉ ୨ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦିଆଯାଇଛି । ଗଞ୍ଜାମରେ ପୂର୍ବରୁ ଜଣେ ମୃତ୍ୟୁ ବରଣ କରିଥିଲେ । ଫଳରେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ୨ଜଣଙ୍କ ମୃତକଙ୍କ ଭିତରୁ ଜଣଙ୍କର ବୟସ ୩୮ ଓ ଅନ୍ୟ ଜଣଙ୍କର ୪୫ ବର୍ଷ ବୋଲି ଜଣାପଡ଼ିଛି । ଉଭୟ ସୁରତ ଫେରନ୍ତା । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଏହାକୁ ମିଶାଇ ମୃତ୍ୟୁ ୫କୁ ବୃଦ୍ଧି ପାଇଛି ।