୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ଗତ ୧୨ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଅପରପକ୍ଷରେ ଅଗଷ୍ଟ ୩୧ ପୂର୍ବରୁ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରକାଶ କରିଛନ୍ତି ।

ଚଳିତ ବର୍ଷ କରୋନା ପାଇଁ କେବଳଯେ, ଶିକ୍ଷାଦାନ ବ୍ୟାହତ ହୋଇଛି ତାହା ନୁହେଁ ବରଂ ପରୀକ୍ଷାରେ ବି ସମସ୍ୟା ସୃଷ୍ଟି ହୋଇଥିଲା । ଯେଉଁସବୁ ବିଷୟରେ ପରୀକ୍ଷା ହୋଇପାରିନାହିଁ ସେହିସବୁ ବିଷୟର ମାର୍କ ଛାତ୍ରଛାତ୍ରୀ ଅନ୍ୟ ବିଷୟରେ ରଖିଥିବା ମାର୍କ ଆଧାରରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ୨ ଲକ୍ଷ ୧୮୮୦୦ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିବାବେଳେ ୨୫୭୭୦ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଛନ୍ତି । କରୋନା ଯୋଗୁଁ ମୂଲ୍ୟାୟନ ବିଳମ୍ବିତ ହୋଇଥିଲା । ଫଳରେ ପରୀକ୍ଷା ଫଳ ପ୍ରକାଶ ସମୟ ବି ବହୁତ ଗଡ଼ିସାରିଲାଣି । ସିଏଚଏସଇ ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇବ ।