ବିଲେଇ ଦେହରେ କରୋନା ପଜିଟିଭ ଚିହ୍ନଟ

ନ୍ୟୁୟର୍କ: ପ୍ରଥମେ ମଣିଷ, ପରେ ବାଘ ଏବଂ ତା’ ପରେ ବାଦୁଡି; ଆଉ ପୁଣି ଏବେ ବିଲେଇ ଦେହରେ କରୋନା ଚିହ୍ନଟ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଆମେରିକାର ନ୍ୟୁୟର୍କରେ ୨ଟି ପୋଷା ବିଲେଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆମେରିକୀୟ ସ୍ୱାସ୍ଥ୍ୟ କର୍ତୃପକ୍ଷ ଏହା ସ୍ପଷ୍ଟ କରିଛି । ତେବେ ୨ଟି ବିଲେଇଙ୍କୁ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଜାତୀୟ ପଶୁ ଚିକିତ୍ସା ସେବା ପରୀକ୍ଷାଗାରରେ ପୋଷା ବିଲେଇଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା । ଉଭୟ ବିଲେଇ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ପୂର୍ବରୁ ଗତ ୫ ତାରିଖରେ ନ୍ୟୁୟର୍କସ୍ଥିତ ଏକ ଚିଡିଅବ୍ରୋନକ୍ସ ଚିଡିଆଖାନରେ ଏକ ବାଘୁଣୀ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିଲା । ଆମେରିକାର କୃଷି ବିଭାଗର ଜାତୀୟ ପଶୁସେବା ପରୀକ୍ଷାଗାରର ତରଫରୁ ଏହା ସ୍ପଷ୍ଟ କରାଯାଇଥିଲା । ଚାରି ବର୍ଷର ବାଘୁଣୀ ‘ମାଲାୟନ ଟାଇଗର’ ଚିଡିଆଖାନାର ଜଣେ କର୍ମଚାରୀଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା କଥା କୁହାଯାଇଥିଲା । କାରଣ ସଂପୃକ୍ତ ବ୍ୟକ୍ତି ଜଣକ ବାଘୁଣୀର ଯତ୍ନ ନେଉଥିଲେ । ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗ ତରଫରୁ ଏହା କୁହାଯାଇଥିଲା ଯେ, ଆମେରିକାରରେ କରୋନା ଭାଇରସ ସ୍ଥିତି ଅନିୟନ୍ତ୍ରିତ ହେବା ପରେ ବୋନକ୍ସ ଚିଡିଆଖାନାକୁ ଗତ ମାର୍ଚ୍ଚ ୧୬ ପରଠାରୁ ବନ୍ଦ ରଖାଯାଇଛି । ଚିଡ଼ିଆଖାନାର ଏକ ବାଘୁଣୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ୫ଟି ଅନ୍ୟ ବାଘ ଓ ସିଂହର ନମୁନା ପରୀକ୍ଷା କରାଯାଇଥିଲା ।