ବିଏସଏଫର ୨ ଯବାନଙ୍କୁ କରୋନା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିଏସଏଫ କ୍ୟାମ୍ପରେ ପଶିଲା କରୋନା । ଜଟଣୀ ବିଏସଏଫ କ୍ୟାମ୍ପର ୨ ଯବାନ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସୀତାଂଶୁ ରାଉତ ।

କ୍ୟାମ୍ପରୁ ୨୪୫ ଜଣଙ୍କ ସ୍ୱାବ୍ ଟେଷ୍ଟ ହୋଇଥିବା ବେଳେ ୨  ଯବାନ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ସଂକ୍ରମିତ ଦୁଇ ଯବାନ କ୍ୱାରେଣ୍ଟିନରେ ଥିଲେ । ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି।  ତେଣୁ କ୍ୟାମ୍ପ ସାନିଟାଇଜ ହେବା ଦରକାର ନାହିଁ ବୋଲି କୁହାଯାଇଛି । କିନ୍ତୁ ସଂକ୍ରମିତ ୨ ଯବାନ ରହୁଥିବା ରୁମ୍‌ର ଅନ୍ୟମାନଙ୍କର ୫ ଦିନ ପରେ ପୁଣି ଥରେ ସ୍ୱାବ ଟେଷ୍ଟ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।