ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଅପରାଧୀଙ୍କ ପେଣ୍ଠସ୍ଥଳ ସାଜିଛି । ୟୁନିଟ ୯ ଅଂଚଳରେ ଆଜି ଦୁଇଟି ଅଫୁଟା ବୋମା ଉଦ୍ଧାର କରାଯାଇଛି ।
ଭୁବନେଶ୍ୱରରେ ଆଜି ଦୁଇଟି ଅଫୁଟା ବୋମା ଜବତ କରାଯାଇଛି । ୟୁନିଟ ୯ ଅଂଚଳର ଗୋଟିଏ ସରକାରୀ କ୍ୱାଟର୍ସ ପଛପଟ ବୁଦାରୁ ଦୁଇଟି ସୁତୁଲି ବୋମା ଅଫୁଟା ଅବସ୍ଥାରେ ଉଦ୍ଧାର ହୋଇଛି । ଖବର ପାଇବା ପରେ ପୋଲିସ ବମ ସ୍କ୍ୱାର୍ଡ ପହଂଚି ବୋମା ଦୁଇଟିକୁ ନିଷ୍କ୍ରିୟ କରିଛି । ତେବେ ବୋମା କେଉଁଠୁ ଆସିଲା ଏବଂ ବୋମା କିଏ ପକାଇଛି ସେନେଇ ପୋଲିସ ଛାନଭିନ କରୁଛି ।