ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୨ରେ ନାମଲେଖା ନେଇ HSE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୬ ତାରିଖରେ ଅନ୍‌ଲାଇନ୍‌ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୩ ଶହ ଟଙ୍କା, ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଜାଣନ୍ତୁ ଯୁକ୍ତ ୨ରେ ନାମଲେଖା ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ…

୧. ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ଫର୍ମ www.samsodisha.gov.in ୱେବ୍‌ସାଇଟ୍‌ରେ ଜୁନ୍‌ ୬, ଦିନ ୧୧ଟାରେ ଉପଲ୍ଲବ୍ଧ ହେବ।

୨. ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ଫର୍ମ www.samsodisha.gov.in ୱେବ୍‌ସାଇଟ୍‌ରେ ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୨୦, ଦିନ ୧୧ଟା ୪୫ ମିନିଟ୍‌।

୩. ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଆବେଦନ କରିଥିବା ଆପ୍ଲିକେସନ୍‌ର ପ୍ରିଣ୍ଟ୍‌ କପି ସହ ସମସ୍ତ ଡକ୍ୟୁମେଣ୍ଟସ୍‌କୁ SAMS ରିସୋର୍ସ ସେଣ୍ଟରରେ ଡିପୋଜିଟ୍‌ କରିବାର ଶେଷ ତାରିଖ ଜୁନ୍‌ ୨୧, ଅପରାହ୍ଣ ୫ଟା।

୪. ଜୁନ୍‌ ୨୬ରେ ବାହାରିବ ପ୍ରଥମ ମେରିଟ୍‌ ଲିଷ୍ଟ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁନ୍‌ ୨୮ରେ ନାମ ଲେଖାଇବେ। ଜୁଲାଇ ୩ ପର୍ଯ୍ୟନ୍ତ ନାମଲେଖା ଚାଲିବ।

୫. ଜୁଲାଇ ୮ରେ ବାହାରିବ ଦ୍ୱିତୀୟ ମେରିଟ୍‌ ଲିଷ୍ଟ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୯ରେ ନାମ ଲେଖାଇବେ। ଜୁଲାଇ ୧୨ ପର୍ଯ୍ୟନ୍ତ ନାମଲେଖା ଚାଲିବ।

୬. ଜୁଲାଇ ୧୬ ଦିନ ୧୧ଟାରେ ହେବ ସ୍ପଟ୍‌ ସିଲେକ୍ସନ୍‌। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୦ରେ ନାମ ଲେଖାଇବେ। ଜୁଲାଇ ୨୩ ପର୍ଯ୍ୟନ୍ତ ନାମଲେଖା ଚାଲିବ।

୮. ଯୁକ୍ତ ୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ଜୁଲାଇ ୨୪ ରେ ଆରମ୍ଭ ହେବ।