୪ ଦିନ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଅବଧି

ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ନାମଲେଖା ଅବଧି ବଢାଇ ଦିଆଯାଇଛି। ଯୁକ୍ତ ଦୁଇର ପ୍ରଥମ ପର୍ଯ୍ୟାୟର ନାମ ଲେଖା ଅବଧି ଆସନ୍ତା ୨୬ ତାରିଖ ବଦଳରେ ୩୦ ତାରିଖକୁ ବୃଦ୍ଧି କରାଯାଇଛି।

ଯୁକ୍ତ ଦୁଇ ନାମଲେଖା ପକ୍ରିୟାର ଅବଧିକୁ ୪ ଦିନ ବୃଦ୍ଧି କରାଯାଇଛି। ତେବେ ରାଜ୍ୟରେ ଯୁକ୍ତ ଦୁଇର ପ୍ରଥମ ପର୍ଯ୍ୟାୟରେ ନାମ ଲେଖା ୨୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୬ ତାରିଖରେ ଶେଷ ଦିନ ଧାର୍ଯ୍ୟ କରାଯାଇଥିଲା।

ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ୪ ଦିନ ବୃଦ୍ଧି କରି ଆସନ୍ତା ୩୦ ତାରିଖ କରାଯାଇଛି। ସିବିଏସସି ଓ ଆଇସିଏସଇ ଛାତ୍ରଛାତ୍ରୀଙ୍କ ଡିଜି- ଲକର ସାର୍ଟିଫିକେଟ ଗ୍ରହଣ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏକ ମାସ ଭିତରେ ଅରିଜିନାଲ ଦେବାକୁ ଅଣ୍ଡରଟେକିଙ୍ଗ ରଖିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକଙ୍କୁ କୋଭିଡ ନିୟମ ମାନିବାକୁ ନିର୍ଦେଶ ଦିଆଯାଇଛି।