ହାଇଦ୍ରାବାଦ: ହ୍ରାଇଦ୍ରାବାଦ ଏନକାଉଂଟର ଘଟଣାରେ ଆଜି ପୋଲିସ ନିଜର ବୟାନ ଦେଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଦେଇଥିବା ବୟାନ ଅନୁଯାୟୀ, ଏନକାଉଂଟର କରାଯାଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଏଭଳି ଅଭିଯୁକ୍ତ ଥିଲେ, ଯେ କି ପୂର୍ବରୁ ୯ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରିବା ଏବଂ ତାଙ୍କୁ ପୋଡି ଦେବା ଘଟଣାରେ ସାମିଲ ଥିଲେ ।
ଅଭିଯୁକ୍ତ ଆରିଫ୍ଙ୍କ ବିରୋଧରେ ଏଭଳି ୬ଟି ମାମଲା ରହିଥିବା ବେଳେ ଚେନ୍ନାକେସାବୁଲୁଙ୍କ ନାମରେ ୩ ମାମଲା ରହିଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ୨ ଅଭିଯୁକ୍ତ ବି ଏହାକୁ ସ୍ୱୀକାର ବି କରିଥିଲେ।