ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ୍। ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏ ପିଲା ପାସ୍। ‘କରୋନା’ ସ୍ଥିତି ନେଇ ସବୁ ପିଲାଙ୍କୁ ପାସ୍ ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହିପରି ନବମରୁ ଦଶମ ଶ୍ରେଣୀ ଯିବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳକ ପାସ୍ କରାଯିବ। ଷାଣ୍ମାସିକ ପରୀକ୍ଷାରେ ଥିବା ନମ୍ବରକୁ ନେଇ ପାସ କରାଯିବ। ଯେଉଁ ପରୀକ୍ଷା ହୋଇପାରିନି, ତା’ର ଷାଣ୍ମାସିକ ନମ୍ବରକୁ ନେଇ ପାସ୍ କରାଯିବ।
+୨ ପ୍ରଥମ ବର୍ଷରୁ ଦ୍ୱିତୀୟ ବର୍ଷକୁ ମଧ୍ୟ ସର୍ତ୍ତମୂଳକ ପ୍ରମୋସନ ଦିଆଯିବ। ବାର୍ଷିକ ପରୀକ୍ଷା ପୂର୍ବରୁ ହୋଇଥିବା ପରୀକ୍ଷା ଆଧାରରେ ପ୍ରମୋସନ ଦିଆଯିବ। ଯଦି କୌଣସି କାରଣରୁ ପରୀକ୍ଷା ଦେଇନଥିବେ, ରିଟେଷ୍ଟ ହେବ। ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବା ପରେ ସଂପୃକ୍ତ ପିଲାଙ୍କ ରି-ଟେଷ୍ଟ ହେବ।