ଗଗନାୟନରେ ଯିବେ ମହିଳା ରୋବଟ୍ ; ସାମ୍ନାକୁ ଆସିଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ଏଥର ଇସ୍ରୋର ଗଗନାୟନରେ ଯିବାକୁ ଥିବା ରୋବଟ୍ ର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଯାହା ଜଣେ ମହିଳା ରୋବଟ୍ ରହିଛି । ତେବେ ଏହି ମହିଳା ରୋବଟ୍ ର ନାମ ରହିଛି “ବ୍ୟୋମିତ୍ରା” ରଖାଯାଇଛି ।

୨୦୧୯ ମସିହା ଜାନୁଆରୀରେ ଇସ୍ରୋ ପକ୍ଷରୁ ‘ବ୍ୟୋମିତ୍ରା’ ବାବଦରେ ସମ୍ୟକ ସୂଚନା ଦିଆଯାଇଥିଲା। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍‌ ଇଣ୍ଡିଆରେ ଏନେଇ ଏକ ଖବର ପ୍ରକାଶ କରାଯାଇଥିଲା। ଗତବର୍ଷ ଇସ୍ରୋ ମୁଖ୍ୟ କେ ଶିବନ୍‌ କହିଥିଲେ, “ହ୍ୟୁମାନଏଡ୍‌ ପ୍ରାୟ ପ୍ରସ୍ତୁତ ହୋଇଯାଇଛି। ଏହି ମିଶନରେ ଆମେ ଚାହୁଁଛୁ ଆମେ ମହାକାଶକୁ ମଣିଷ ପଠାଇ ପୁଣି ଫେରାଇ ଆଣିବାର କ୍ଷମତା ରଖିଥିବା ନିଶ୍ଚିତ ହୋଇପାରିବୁ।”

ଇସ୍ରୋ ଏହି ହ୍ୟୂମାନଏଡ୍‌କୁ ପ୍ରକୃତ ମିଶନ୍‌ ବା ମହାକାଶଚାରୀ ଯିବାକୁ ଥିବା ମିଶନ୍‌ ପୂର୍ବରୁ ପଠାଇବ। ସେ କହିଛନ୍ତି, “ଆମ ରୋବୋଟ୍‌ ମଣିଷ ପରି ହେବ। ମଣିଷ ଯାହା କରିପାରେ ଏହି ରୋବୋଟ୍‌ ମଧ୍ୟ କରିବ, ଯଦିଓ ସମ୍ପୂର୍ଣ୍ଣ ଭାବେ ମଣିଷ ଭଳି ନୁହେଁ। ପ୍ରଥମ ଯାନଟି ଖାଲି ଯିବନି, ବରଂ ଏହି ସୁଯୋଗର ପୂର୍ଣ୍ଣ ଉପଯୋଗ କରାଯିବ।” ମିଳିଥିବା ସୂଚନା ଅନୁଯାୟୀ, ମହାକାଶକୁ ଯିବାକୁ ଥିବା ମହାକାଶଚାରୀଙ୍କର ଚଳିତ ବର୍ଷ ରୁଷ୍‌ଠାରେ ଟ୍ରେନିଂ ହେବ। ଗଗନଯାନର ଡିଜାଇନ୍‌ ପ୍ରାୟ ସରିଯାଇଥିବାବେଳେ ଚଳିତ ବର୍ଷ ଅନେକ ପରୀକ୍ଷଣ ହେବାର ଅଛି।