ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା ୭ରେ ପହଂଚିଲା

ନୂଆଦିଲ୍ଲୀ: ଗୁଜୁରାଟରେ ପ୍ରଥମ କୋରୋନା ପୀଡିତଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସହ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସେହିପରି ରବିବାର ଅପରାହ୍ନ ସୁଦ୍ଧା ଦେଶରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩୪୬ରେ ପହଂଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୁରଟର ୬୭ ବର୍ଷୀୟ ଜଣେ ବୃଦ୍ଧଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ହେବା ପରେ ଭାରତର କୋରୋନାରେ ମୃତ୍ୟୁ ସଂଖ୍ୟା ୭ରେ ପହଂଚିଛି । ସେ କିଡନୀ ରୋଗ ଓ ଆଜମା ପୀଡିତ ରହିଥିବା ବେଳେ କୋରୋନାରେ ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ । ଦେଶରେ କୋରୋନା ପାଇଁ ୬ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି ।