୬୧ ତମ କରୋନା ଆକ୍ରାନ୍ତ ବାଲେଶ୍ୱରର

ରାଜ୍ୟରେ ଆଜି ୬୧ ତମ କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟୁଇଟରରୁ ଏହା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୫୮ ବର୍ଷ । ସେ ଜଣେ ପୁରୁଷ । ସେ କେଉଁଠିକୁ ଯାଇଥିଲେ, କାହା ସହିତ ମିଶିଥିଲେ ଓ ତାଙ୍କର ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାହାର ଟ୍ରେସିଂ କରାଯାଉଛି ।

ସୂଚାନଯୋଗ୍ୟ, ବାଲେଶ୍ୱର ଜିଲ୍ଲାରୁ ଆଜି ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ପଡୋଶୀ ଭଦ୍ରକ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବାଲେଶ୍ୱରରୁ ଜଣେ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟର ୧୦ଟି ଜିଲ୍ଲାକୁ କରୋନା ସଂକ୍ରମଣ ବ୍ୟାପିଛି । ପୂର୍ବରୁ ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।