ରାଉରକେଲାରେ ପ୍ରଥମ କରୋନା ରୋଗୀଙ୍କ ମୁତ୍ୟୁ

ରାଉରକେଲା: ରାଉରକେଲା ସହରରେ ପ୍ରଥମ କରୋନା ରୋଗୀଙ୍କ ମୁତ୍ୟୁ । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ ୬୪ ବର୍ଷ । ଝାଡ଼ଖଣ୍ଡରୁ ଫେରିଥିବା ଏହି ବ୍ୟକ୍ତି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ତାଙ୍କର ମୃତଦେହକୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ରଖାଯାଇଥିବା ସୂଚନା। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ୍ୱାବ ପରୀକ୍ଷଣ ପାଇଁ ପଠାଯିବ ବୋଲି ସୂଚନା ମିଳିଛି। କୋଭିଡ ନିୟମ ଅନୁସାରେ ମୃତଦେହ ସଂସ୍କାର କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଉରକେଲା ମହାନଗର ନିଗମ କମିଶନର।

ସୂଚନାମୁତାବକ, ଗତ ବୁଧବାର ଦିନ IGH ହସ୍ପିଟାଲ ପରିସରରେ୨ ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ସେଥି ମଧ୍ୟରୁ ଜଣଙ୍କର ନେଜେଟିଭି ରିପୋର୍ଟ ଆସିଥିବା ବେଳେ ଅନ୍ୟ ଜଣଙ୍କ ପଜିଟିଭି ଆସିଥିଲା । ଏହି ୨ ଜଣଙ୍କୁ ଗତ ବୁଧବାର ଦିନ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଆଜି ସକାଳେ କୋରନା ପଜିଟିଭି ଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ହସ୍ପିଟାଲରୁ ସୂଚନା ମିଳିଛି । ଏହା ସହ ଡାକ୍ତର ସହ ୧୧ ଜଣଙ୍କୁ କ୍ୱାରେଣ୍ଟାଇନକୁ ପଠାଯାଇଛି । ରାଉରକେଲାର ସେକ୍ଟର ୧୬ ଏ ବ୍ଲକ ର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ କରାଯାଇଛି।