କଟକ: ଆଜି କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପିଛି। ସହରର ବିଭିନ୍ନ ସ୍ଥାନରୁ ମୋଟ ୧୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୦୪ ଜଣ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ଯୋଗୁଁ ବାକି ୯୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସରକାରୀ ସଂଗରୋଧ ୪ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ମୋଟ ୪୨ ଜଣ ଓ ଗୃହ ସଂଗରୋଧରୁ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ଗୃହ ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୋଳମୁଣ୍ଡାଇ ଓ ସିଡିଏ ସେକ୍ଟର-୭ରୁ ୫ ଜଣ ଲେଖାଏଁ, ଶିଖରପୁର, ଫ୍ରେଣ୍ଡସ୍ କଲୋନି ଓ ତୁଳସୀପୁରରୁ ୪ ଜଣ ଲେଖାଏଁ, ତିନିଘରିଆ, ସାମନ୍ତସାହି, ବିଦ୍ୟାଧରପୁରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସିଏମ୍ସିର ସୂଚନା ଅନୁସାରେ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଚାଉଳିଆଗଂଜରୁ ୭ ଜଣ, ଜଗତପୁରରୁ ୬ ଜଣ, ବିଡାନାସୀରୁ ୫ ଜଣ, ତେଲେଙ୍ଗା ବଜାର, ପିଠାପୁର, ଶିଖରପୁର, ରାଣୀହାଟ, ଥୋରିଆ ସାହି, ବିଦ୍ୟାଧରପୁର, ନାଜରପୁରରୁ ୩ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।