୭,୨୫୮ ପିଲାଙ୍କୁ ମିଳିବ କାଳିଆ ଛାତ୍ରବୃତ୍ତି

ଭୁବନେଶ୍ୱର:ରାଜ୍ୟରେ ଅଧିକାଂଶ ଲୋକ ନିଜର ତଥା ପରିବାର ଚଳାଇବା ପାଇଁ ଚାଷ ଉପରେ ନିର୍ଭର କରୁଛନ୍ତି । ତେଣୁ ଶିକ୍ଷା ଓ କୃଷିକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ହିାଧିକାରୀଙ୍କ ପିଲାଙ୍କ ଉଚ୍ଚ ଶିକ୍ଷା ଖର୍ଚ୍ଚ ବହନ ପାଇଁ କାଳିଆ ଛାତ୍ରବୃତ୍ତି  କରିଛନ୍ତି । ଏହି ରାଜ୍ୟର ମୋଟ ୭,୨୫୮ ପିଲାଙ୍କୁ  କାଳିଆ ଛାତ୍ରବୃତ୍ତି   ମିଳିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଚାଷୀଙ୍କ ମେଧାବୀ ସନ୍ତାନ ତଥା ଛାତ୍ରଛାତ୍ରୀଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଯୋଜନା ରହିଛି । ଏଥିପାଇଁ http://kalia.co.in/scholarship ୱେବସାଇଟ ରହିଛି ଯେଉଁଥିରେ ଯୋଗ୍ୟ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । କାଳିଆ ଛାତ୍ରବୃତ୍ତି ପାଇଁ ୧୯,୨୪୭ ଜଣ ଆବେଦନ କରିଥିଲେ । ମୋଟ ଆବେଦନକାରୀଙ୍କ ମଧ୍ୟରୁ ୭,୨୫୮ ଜଣଙ୍କୁ ଅନୁମୋଦନ ମିଳିଛି । ନୋଡ଼ାଲ ଅଫିସରଙ୍କ ଜରିଆରେ ୬୬୧ ଆବେଦନକୁ ମଧ୍ୟ ମଂଜୁରୀ ମିଳିିିଛି । ରାଜ୍ୟର ମୋଟ ୧୮୭ଟି କଲେଜରୁ ଆବେଦନ ପତ୍ର ଆସିଥିଲା । ରାଜ୍ୟର ମୋଟ ୭,୨୫୮ ପିଲାଙ୍କୁ  କାଳିଆ ଛାତ୍ରବୃତ୍ତି   ମିଳିବ । କାଳିଆ ଛାତ୍ରବୃତ୍ତି ସମ୍ପର୍କୀତ ବୈଠକ ପରେ ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।