ଆଜି ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ସ୍ଥାନୀୟ କପିଳେଶ୍ୱର କଞ୍ଚା ସାହିରୁ ୨୧ ଜଣଙ୍କ ସମେତ ଭୁବନେଶ୍ୱରରୁ ଆଜି ୧୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୩୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।


ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ସଂକ୍ରମଣଙ୍କ ମଧ୍ୟରୁ କପିଳେଶ୍ୱର କଂଚାସାହିରୁ ୨୧ ଜଣ ଆକ୍ରାନ୍ତ ଅଛନ୍ତି। ସେହିଭଳି ବରମୁଣ୍ଡା ବେହେରା ସାହିରୁ ୭ ଜଣ, ବମିଖାଲ ଗାୟତ୍ରୀ ଏନକ୍ଲେଭରୁ ୬ ଜଣ ଓ ୟୁନିଟ-୧ ମାକେର୍ଟ ନିକଟ, ଆଇଆରସି ଭିଲେଜରୁ ୫ ଜଣ ଲେଖାଏଁ, ଲକ୍ଷ୍ମୀସାଗର ଓ ୟୁନିଟ-୩ରୁ ୪ ଜଣ ଲେଖାଏଁ, ସୂର୍ଯ୍ୟନଗର, ନୟାପଲ୍ଲୀ ଏଲଆଇସି ଅଫିସ ଲେନ, ବରମୁଣ୍ଡା, ପଳାଶୁଣୀରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବିଡିଏ କଲୋନି, ଗ୍ୟାରେଜ ଛକ, ବଡ଼ଗଡ଼ ବ୍ରିଟ କଲୋନି, ବ୍ରିଟ କଲୋନି ନୂଆ ସାହି,ଡୁମଡୁମା, କଟକ ରୋଡ, ଜାଗମରା, ଝାରପଡ଼ା, ଜୟଦେବ ବିହାର, ନ୍ୟୁ ଫରେଷ୍ଟ ପାର୍କ, ସାଲିଆ ସାହି, ପଟିଆ, ସହିଦ ନଗର, ଶିଶୁପାଳଗଡ଼ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଏକ ହସ୍‌ପିଟାଲରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କପିଳେଶ୍ୱର ତଳସାହି, ଷ୍ଟେସନ ଛକ, ବରମୁଣ୍ଡା, ବିଡିଏ କଲୋନିରୁ ୩ ଜଣ ଲେଖାଏଁ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀସାଗର ଓ ଫରେଷ୍ଟ ପାର୍କରୁ ୨ ଜଣ ଲେଖାଏଁ ସମେତ ୫୨ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ଆକ୍ରାନ୍ତ ହୋଇଛନ୍ତି।