କଟକରେ ଆଉ ୧୯ ପିଜିଟିଭ୍ ଚିହ୍ନଟ

କଟକ: କଟକ ସହରରେ ଆଜି ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ଜଣ ସରକାରୀ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଜଣେ ପେଡ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି । ୧୩ ଜଣ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛି ସିଏମସି । ପୁରୁଣା ରାଉସାପାଟଣା କଣ୍ଟେନମେଣ୍ଟ ଜୋନରୁ ଆଉ ୧୧ ଜଣ ଚିହ୍ନଟ ହୋଇଛନ୍ତି । ଚାନ୍ଦିନୀଚୌକ ଷ୍ଟୋନୀ ରୋଡରୁ ଜଣେ ଏବଂ ବରହମପୁରିଆ ସାହିରୁ ଜଣେ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଜି ୪୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ୩୯୨କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ୪୯୪ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାେବେଳ ୧୭୨ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି ।