୧୮ରେ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ, ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦ

ସକାଳ୬ରୁ ସଂଧ୍ୟା ୬ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ

ଭୁବନେଶ୍ୱର :  ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ଆସନ୍ତା ୧୮ ତାରିଖ ଦିନ ସମଗ୍ର ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି।

ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ‘ସମ୍ବାଦ’କୁ ଜଣାଇଛନ୍ତି ଯେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ପ୍ରସ୍ତାବକୁ ସମର୍ଥନ କରି ଓଡ଼ିଶାର ବ୍ୟବସାୟୀମାନେ ୧୮ ତାରିଖ ଦିନ ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ନିଜ ଅନୁଷ୍ଠାନକୁ ବନ୍ଦ ରଖିବେ। ସେଦିନ ଅନ୍ୟ ରାଜ୍ୟରେ ମଧ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ।