ଏସିଆନ ଗେମ୍ସ : ସମ୍ଭାବ୍ୟ ହକି ଦଳରେ ୩ ଓଡ଼ିଆ

ବେଙ୍ଗାଲୁରୁ : ଆସନ୍ତା ୧୮ରୁ ଇଣ୍ଡୋନେସିଆରେ ହେବାକୁ ଥିବା ବେଳେ ଏଥିରେ ଭାଗ ନେବା ସକାଶେ ହକି ଇଣ୍ଡିଆ ପକ୍ଷରୁ ଏକ ସମ୍ଭାବ୍ୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ସମୁଦାୟ ୨୫ ଜଣ ଖେଳାଳି ରହିଥିବା ବେଳେ ଆସନ୍ତାକାଲିଠାରୁ ସ୍ଥାନୀୟ ସାଇ ସେଣ୍ଟର ଅଭ୍ୟାସ ମ୍ୟାଚ ଖେଳାଯିବ । ୨୫ ଜଣିଆ ଦଳରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଏବଂ ଫରୱାର୍ଡ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି । ନିକଟରେ ଭାରତ ବାଂଲାଦେଶ, କୋରିଆ ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଅଭ୍ୟାସ ଖେଳିସାରିଛନ୍ତି । ଏହି ଅଭ୍ୟାସ ମ୍ୟାଚ୍ ଶେଷ ହେବା ପରେ ଖେଳାଳିମାନଙ୍କୁ ସପ୍ତାହେ ବିଶ୍ରାମ ଦିଆଯିବା ପରେ ପୁଣି କ୍ୟାମ୍ପ୍ରେ ଯୋଗଦେବାକୁ କୁହାଯାଇଛି । ଏଥିନେଇ ମୁଖ୍ୟ କୋଚ୍ ହରେନ୍ଦ୍ର ସିଂହ କହିଛନ୍ତି ଯେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତି ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛୁ । ଆଗାମୀ ଶିବିରରେ ଆମେ ଖେଳାଳିଙ୍କ ବିଭିନ୍ନ କୌଶଳ ଉପରେ ଫୋକସ୍ କରିବା ସହ ଷ୍ଟ୍ରାଇକିଂ ସର୍କଲ୍ରେ ଅଧିକ ଗୋଲ ଦେବାକୁ ଉଦ୍ୟମ କରିବୁ ।