ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର:  ରବିବାର ରାଜ୍ୟରେ ୧୮୬ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୭୨୦କୁ ବୃଦ୍ଧି ପାଇଛି ।

ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରୁ କଟକରୁ ୬୨ ଜଣ ରହିଥିବା ବେଳେ କନ୍ଧମାଳରୁ ୪୧, ଖୋର୍ଧାରୁ ୩୨, ଗଞ୍ଜାମରୁ ୧୨, ମୟୂରଭଞ୍ଜରୁ ୮, ଅନୁଗୋଳରୁ ୭, କେଉଁଝରରୁ ୫, ମାଲକାନଗିରି, ନୟାଗଡ ଓ ପୁରୀରୁ ୪ଜଣ ଲେଖାଏଁ ରହିଛନ୍ତି । ସେହିପରି ବାଲେଶ୍ୱର, ଦେବଗଡ ଓ ସୋନପୁରରୁ ୨ ଜଣ ଲେଖାଏଁ ଓ ସୁନ୍ଦରଗଡରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟରେ ରବିବାର ଆଉ ୩୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୬୦ରେ ପହଞ୍ଚିଛି ।