ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ୧୭ଟି ଜିଲ୍ଲାରୁ ଆଜି ୧୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୪୫ ଜଣ, ବାଲେଶ୍ୱର ଜିଲ୍ଲାରୁ ୩୧ ଜଣ, ଗଜପତି ଜିଲ୍ଲାରୁ ୧୨ ଜଣ, ଭଦ୍ରକ ଜିଲ୍ଲାରୁ ୧୦ ଜଣ, ଝାରସୁଗୁଡ଼ା ଓ ଜଗତ୍‌ସିଂହପୁର ଜିଲ୍ଲାରୁ ୬ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ୫-୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ, ବଲାଙ୍ଗୀର ଓ କେନ୍ଦୁଝର ଜିଲ୍ଲାରୁ ୩ ଜଣ ଲେଖାଏଁ, କଟକ ଜିଲ୍ଲାରୁ ୨ ଜଣ, ଅନୁଗୁଳ, ଯାଜପୁର, କନ୍ଧମାଳ ଓ ମୟୂରଭଂଜ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୪୯ ହଜାର ୯୦୨ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଆଜି ପର୍ଯ୍ୟନ୍ତ ମୋଟ ୬୩୫୦ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୪ ହଜାର ୬୦୨୨ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟର ବିଭିନ୍ନ କୋଭିଡ-୧୯ ହସ୍‌ପିଟାଲରେ ୧ ହଜାର ୫୫୦ ଜଣ ବ୍ୟକ୍ତି ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।