ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀ ସହ ଜଡିତ ଥିବା ଓଡ଼ିଶାରୁ ୧୮ ଏସସିବିରେ ଭର୍ତି

କଟକ: ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀ ସହ ଜଡିତ ଥିବା କଟକର ବକ୍ସି ବଜାର ପେନସନ୍ ଲେନ୍ ର ଜଣେ ବ୍ୟକ୍ତିଙ୍କ ସମେତ ୧୮ଜଣ ଓଡ଼ିଆ ଏସସିବିରେ ଭର୍ତି ହୋଇଥିବା ସୂଚନା ମିଳିଛି । ପେନସନ୍ ଲେନ୍ ର ଉକ୍ତ ବ୍ୟକ୍ତି ଜଣଙ୍କ ୧୩ରେ କଟକ ଫେରିଥିଲେ ସୁଦ୍ଧା ନିଜର ପଞ୍ଜୀକରଣ କରି ନ ଥିଲେ । ତେବେ ଏ ସମ୍ପର୍କରେ ସ୍ଥାନୀୟ ଅଂଚଳରୁ ଖବର ପାଇଁ ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କ ନେତୃତ୍ୱରେ ପୋଲିସ ତାଙ୍କୁ ଆମ୍ବୁଲାନ୍ସରେ କଟକ ବଡ ଡାକ୍ତରଖାନାକୁ ନେଇ ସ୍ୱତନ୍ତ୍ର କରୋନା‌ ୱାର୍ଡରେ ଭର୍ତି କରାଇଥିଲା। ନିଜାମୁଦ୍ଦିନ୍‌ ଲିଙ୍କରେ ଥିବା କିଛି ଲୋକଙ୍କ କରୋନା ଲକ୍ଷଣ ଥିବାରୁ ତାଙ୍କୁ ଏସ୍‌ସିବିରେ ଭର୍ତି କରାଯାଇଛି।

ଅନ୍ୟପଟେ, ତାଙ୍କ ସଂସ୍ପର୍ଶରେ ଆସିଥିବା ୧୭ଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଏସ୍‌ସିବିରେ ଭର୍ତି କରାଯାଇଛି। ସେମାନଙ୍କୁ ମଧ୍ୟ ଆଇସୋଲେସନ୍‌ରେ ରଖାଯାଇଛି। ସମସ୍ତ ୧୮ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବା ଏସ୍‌ସିବି ସୂତ୍ରରୁ ସୂଚନା ମିଳିଛି। ସମାବେଶରେ ଓଡ଼ିଶାରୁ ୧୫ ଜଣ ଯୋଗ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରକୃତରେ ଓଡ଼ିଶାରୁ କେତେ ଜଣ ଯୋଗ ଦେଇଥିଲେ ସେ ସମ୍ପର୍କରେ ବର୍ତମାନ ସୁଦ୍ଧା ସରକାରୀ ସୂତ୍ରରୁ କିଛି ଜଣାପଡ଼ି ନାହିଁ। ୧୫ ତାରିଖ ପରେ କେତେ ଜଣ ଓଡ଼ିଶା ଫେରିଛନ୍ତି ସେ ସମ୍ପର୍କରେ ଏଠାରେ କୌଣସି ସୂଚନା ନାହିଁ।