ସୁଡାନରେ ଏଲପିଜି ଟ୍ୟାଙ୍କରେ ବିସ୍ଫୋରଣ: ୧୮ ଭାରତୀୟ ମୃତ

ନୂଆଦିଲ୍ଲୀ :ସୁଡାନର ଏକ ବିସ୍ଫୋରଣରେ ୧୮ ଭାରତୀୟ ମୃତ । ସୁଡାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଦିଆଯାଇଥିବା ଖବର ଅନୁସାରେ, ସୁଡାନର ଏକ ଟାଇଲ ନିର୍ମାଣ କରୁଥିବା ଫ୍ୟାକ୍ଟ୍ରିରେ ଏଲପିଜି ଟ୍ୟାଙ୍କର ବିସ୍ଫୋରଣରେ ୧୮ ଭାରତୀୟଙ୍କ ଜୀବନ ଯାଇଛି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏହା ଉପରେ ସୂଚନା ଦେଇ କହିଛନ୍ତି, ଏବେ ଏହି ଦୁଃଖଦ ସୂଚନା ଆମକୁ ମିଳିଛି । ସୁଡାନର ରାଜଧାନୀ ଖାରତୋମର ବାହାର ଅଞ୍ଚଳରେ ସାଲୁମୀ ନାମକ ଟାଇଲ ନିର୍ମାଣ କରୁଥିବା ଫ୍ୟାକ୍ଟ୍ରିରେ ବଡ ବିସ୍ଫୋରଣ ହୋଇଛି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଏହା ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡୁଛି ଯେ ଏଥିରେ କିଛି ଭାରତୀୟ ନିଜର ଜୀବନ ହରାଇଛନ୍ତି, ଏହାସହ ଅନେକ ଗମ୍ଭୀର ରୁପେ ଆହତ ହୋଇଛନ୍ତି ।