ଭୁବନେଶ୍ୱରରୁ ସୁସ୍ଥ ହେଲେ ୧୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବୁଧବାର ରାଜଧାନୀରୁ ୧୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟରରେ ସୂଚନା ଦିଆଯାଇଛି। ଅପରାହ୍ନରେ ରାଜଧାନୀରୁ ଚିହ୍ନଟ ହୋଇଥିବା ୪୬ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୫୨୫ରେ ପହଞ୍ଚିଥିବା ବେଳେ ସମୁଦାୟ ୨୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ତାଲିକାରେ ନିଳାଦ୍ରୀ ବିହାର ବୁଦ୍ଧ ପାର୍କ ଅଞ୍ଚଳରୁ ଜଣେ ୫୬ବର୍ଷର ମହିଳା, ଘରୋଇ ହସ୍‌ପିଟାଲର ଜଣେ ୨୨ବର୍ଷର ମହିଳା, ଚକେଇସିଆଣି ମଞ୍ଚେଶ୍ୱର ହାଇସ୍କୁଲ ଅଞ୍ଚଳରୁ ଜଣେ ୨୧ବର୍ଷର ମହିଳା, ଅଶୋକନଗର ଅଞ୍ଚଳରୁ ଜଣେ ୫୦ବର୍ଷର ମହିଳା, ଶିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ୪ଜଣ (୧୫ବର୍ଷ, ୬୦ବର୍ଷ, ୨୨ବର୍ଷର ମହିଳା ଓ ୧୫ବର୍ଷର ପୁରୁଷ), ବରମୁଣ୍ଡା ଜଗନ୍ନାଥ ବିହାର ଅଞ୍ଚଳରୁ ୫୬ବର୍ଷର ମହିଳା, ନୟାପଲ୍ଲୀ ଏନ୍‌-୩ ପାର୍କ ଅଞ୍ଚଳରୁ ଜଣେ ୪୨ବର୍ଷର ମହିଳା, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ଜଣେ ୩୨ବର୍ଷର ପୁରୁଷ, ନୟାପଲ୍ଲୀ ବାଲତୋଟାସାହି ଅଞ୍ଚଳରୁ ୪ଜଣ (୪୫ବର୍ଷ, ୨୫ବର୍ଷ, ୭୫ବର୍ଷର ପୁରୁଷ ଓ ୪୦ବର୍ଷର ମହିଳା), ଚକେଇସିଆଣି ହାଡବାଇ ବସ୍ତି ଅଞ୍ଚଳରୁ ୨ଜଣ ମହିଳା ଓ ଘରୋଇ ହସ୍‌ପିଟାଲରୁ ଜଣେ ୨୮ବର୍ଷର ମହିଳା କରୋନାରେ ଆକ୍ରାନ୍ତ ହୋଇ ଆଜି ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।