୧୭ ଫୁଟର ଅହିରାଜ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ସିଂଘାଖୁଣ୍ଟା ଗାଁରେ ୧୭ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଛି। ବନ କର୍ମଚାରୀ, ସ୍ନେକ ହେଲପଲାଇନ୍ ସଦସ୍ୟ ଓ ଗାଁଲୋକଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରାଯାଇ କୁଲଡିହା ଅଭୟାରଣ୍ୟରେ ଛଡ଼ାଯାଇଛି । ସୂଚନା ମୁତାବକ, ଗତକାଲି ରାତିରେ ଗାଁର ପ୍ରଶାନ୍ତ ଜେନାଙ୍କ କୁକୁଡା ଫାର୍ମ ହାଉସ ଭିତରେ ସାପଟି ଦେଖିବାକୁ ମିଳିଥିଲା ।