ଭୁବନେଶ୍ୱର: ରାଜ୍ୟ ପାଇଁ ଏକ ଆଶ୍ୱସ୍ତିର ଖବର ଆସିଛି । ଖବର ଅନୁସାରେ, ରାଜ୍ୟରେ ଆଉ ୧୭ ଜଣ କରୋନା ପଜିଟିଭ୍ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁନ୍ଦରଗଡର ୭ ଜଣ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ୫ ଜଣ ରହିଛନ୍ତି । ସେହିପରି ଭଦ୍ରକର ୩ ଜଣ ଆଉ ବାଲେଶ୍ୱରର ୨ ଜଣ କରୋନା ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି । ଫଳରେ ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୮୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
Prev Post