ଭୁବନେଶ୍ୱର: ରାଜ୍ୟ ୨୯ଟି ଜିଲ୍ଲାରୁ ଆଜି ୧୬୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩୬ ହଜାର ୪୭୮ରେ ପହଞ୍ଚିଛି ।
Another 1673 #COVID19 patients have recovered and are being discharged on 12.8.2020
389 from Ganjam
177 from Khurdha
163 from Sundergarh
126 from Cuttack
120 from Koraput
100 from Puri
61 from Sambalpur
50 from Baragarh
47 from Keonjhar
47 from Rayagada— H & FW Dept Odisha (@HFWOdisha) August 12, 2020
ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୭୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୩ ଜଣ, କଟକ ଜିଲ୍ଲାରୁ ୧୨୬ ଜଣ, କୋରାପୁଟ ଜିଲ୍ଲାରୁ ୧୨୦ ଜଣ ଓ ପୁରୀ ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାରୁ ୬୧, ବରଗଡ଼ ଜିଲ୍ଲାରୁ ୫୦ ଜଣ, କେନ୍ଦୁଝର ଜିଲ୍ଲାରୁ ୪୭ ଜଣ, ରାୟଗଡ଼ା ଜିଲ୍ଲାରୁ ୪୭ ଜଣ, କନ୍ଧମାଳ ଜିଲ୍ଲାରୁ ୪୬ ଜଣ, ନୟାଗଡ଼ ଜିଲ୍ଲାରୁ ୩୫ ଜଣ, ଯାଜପୁର ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୩୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୩ ଜଣ, ମାଲକାନଗିରି ଜିଲ୍ଲାରୁ ୨୮ ଜଣ, ଭଦ୍ରକ ଜିଲ୍ଲାରୁ ୨୬ ଜଣ, ମୟୂରଭଂଜ ଜିଲ୍ଲାରୁ ୨୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୧ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୫ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୮ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬ ଜଣ, ଅନୁଗୁଳ ଜିଲ୍ଲାରୁ ୪ ଜଣ, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୭ ଲକ୍ଷ ୨୪ ହଜାର ୩୫୪ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୫୦ ହଜାର ୬୭୨ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୩୬ ହଜାର ୪୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩୦୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୫ ହଜାର ୮୩୫ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।