ଆଜି ରାଜ୍ୟରେ ସର୍ବାଧିକ ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୫୨ରେ ପହଞ୍ଚି ଯାଇଛି।

୧୬ ମୃତକଙ୍କ ମଧ୍ୟରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଆଖି ବୁଜିଥିବା ବେଳେ ପୁରୀରୁ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ, ବଳାଙ୍ଗିରରୁ ଜଣେ, ମୟୂରଭଞ୍ଜ, ନୟାଗଡ଼, ସୁବର୍ଣ୍ଣପୁର ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।