ଆଜି ରାଜ୍ୟରେ ଆଉ ୧୬ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ପୁଣି ୧୬ଜଣଙ୍କ ମୃତ୍ୟୁ ଘଟିଛି।  ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୧୬ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ବାଲେଶ୍ୱରରୁ ୩ଜଣ, ଭୁବନେଶ୍ୱରରୁ ୨ଜଣ, ମୟୁରଭଞ୍ଜରୁ ୨ଜଣ, ପୁରୀରୁ ୨ଜଣ ଏବଂ ବଲାଙ୍ଗୀର, କଟକ,ଢ଼େଙ୍ଗାନାଳ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା ୩ଜଣଙ୍କ ମଧ୍ୟରେ ୨ଜଣ ପୁରୁଷ(୫୫ବର୍ଷ, ୬୩ବର୍ଷ) ଏବଂ ଜଣେ ମହିଳା(୬୫ବର୍ଷ)ଥିବା ଜଣା ପଡ଼ିଛି। ମୃତ ୨ଜଣ ପୁରୁଷଙ୍କ ମଧ୍ୟରୁ ଜଣଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ‌ର ସମସ୍ୟା ଥିବା ବେଳେ ଜଣଙ୍କର କେବଳ ଉଚ୍ଚ ରକ୍ତଚାପର ସମସ୍ୟା ଥିଲା। ଭୁବନେଶ୍ୱରରୁ ମୃତ୍ୟୁବରଣ କରିଥିବା ୨ଜଣ କରୋନା ରୋଗୀଙ୍କ ମଧ୍ୟରୁ ଜଣେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ପୋଷ୍ଟ କରୋନାରୀ ଧମନୀ ବାଇପାସ୍ ଗ୍ରାଫ୍ଟିଙ୍ଗ୍ ସ୍ଥିତି ସମସ୍ୟାରେ ପୀଡ଼ିତ ଥିବା ବେଳେ ଅନ୍ୟ ଜଣଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ‌ର ସମସ୍ୟା ଥିଲା। ସେହିଭଳି ଢ଼େଙ୍ଗନାଳ ଓ ଗଞ୍ଜାମରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ କନ୍ଧମାଳରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ‌ ସମସ୍ୟା ଏବଂ ନବରଙ୍ଗପୁରରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କର କ୍ରୋନିକ୍ କିଡନୀ ରୋଗ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।