କରୋନାରେ ପୁଣି ୧୬ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ପୁଣି ୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ରାଜ୍ୟରେ ଆଜି ଯେଉଁ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧାରୁ ୪, କୋରାପୁଟରୁ ୩, ପୁରୀରୁ ୩ଜଣ , ବାଲେଶ୍ୱର, କଟକ, ବଲାଙ୍ଗୀର, ଯାଜପୁର, ଜଗତସିଂହପୁର, ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ଖୋର୍ଦ୍ଧାରୁ ଯେଉଁ ୪ ମୃତକ ଅଛନ୍ତି, ସେମାନେ ହେଲେ ୫୧, ୩୭, ଓ ୫୦ ବର୍ଷ ବୟସ୍କ ପୁରୁଷ ଏବଂ ଜଣେ ୫୮ ବର୍ଷ ବୟସ୍କା ମହିଳା । ପୁରୀରେ ଜଣେ ୪୨ ବର୍ଷ ବୟସ୍କ ପୁରୁଷ ଓ ଜଣେ ୮୦ ବର୍ଷ ବୟସ୍କା ଏବଂ ଜଣେ ୬୨ ବର୍ଷୀୟା ମହିଳା ଅଛନ୍ତି। କୋରାପୁଟର ଯେଉଁ ୩ ମୃତକ ଅଛନ୍ତି, ସେମାନେ ହେଲେ ୬୪, ୪୮ ଓ ୫୦ ବର୍ଷ ବୟସ୍କ ପୁରୁଷ। ବାଲେଶ୍ୱର, କଟକ, ବଲାଙ୍ଗୀର, ଯାଜପୁର, ଜଗତସିଂହପୁର, ଓ ମୟୂରଭଞ୍ଜରୁ ଯେଉଁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ,ସେମାନେ ସମସ୍ତେ ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୪୫,୫୮, ୫୮,୫୨, ୬୪ ଏବଂ ୫୩ ବର୍ଷ।