କଟକରୁ ୧୬ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଜିଲ୍ଲାରୁ ୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କଟକ ମହାନଗର ନିଗମ ଅଞ୍ଚଳରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨ ଲୋକାଲ କଣ୍ଟାକ୍ଟ କେସ୍। ଏହାବ୍ୟତୀତ ଜଣେ ପେଡ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ଜଣାଯାଇଛି।

ଫଳରେ କଟକ ମହାନଗର ନିଗମ ଅଞ୍ଚଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ ଜଣ ସୁସ୍ଥ ହୋଇ ସାରିଲେଣି। ୧୯୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୨ଜଣ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜି ସାରିଲେଣି। ୧୬ ଆକ୍ରାନ୍ତଙ୍କ ସମ୍ପର୍କରେ ସିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।