କଟକରୁ ୧୪ କରୋନା ପଜିଟିଭ ଚିହ୍ନଟ

କଟକ : ଆଜି କଟକ ସହରରୁ ନୂଆ୧୬ଟି ପଜିଟିଭ କେସ ଚିହ୍ନଟ ହୋଇଛି । ଆଜିର ୧୬ଟି କେସ୍ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ , ୨ଜଣ ହୋମ୍ କ୍ୱାରେଣ୍ଟାଇନ ଓ ଅନ୍ୟ ୮ଟି କେସ୍ ଲୋକାଲ ବୋଲି ଜଣାପଡ଼ିଛି । ଆଜିର ସଂକ୍ରମିତଙ୍କ ସଂଖ୍ୟା ମିଶାଇ କଟକ ସହରରେ ୨୬୪ଟି କରୋନା କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨୮ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ କେସ୍ ମଧ୍ୟରୁ ସିଡ଼ିଏ ୧୦ ଅଞ୍ଚଳର ଜଣେ ୫୩ ବର୍ଷୀୟ ପୁରୁଷ ଅଛନ୍ତି । ସେ ପୂର୍ବରୁ ଅନ୍ୟ ଜିଲ୍ଲାର ଏକ ଘରୋଇ ଡ଼ାକ୍ତରଖାନା ଯାଇ ଫେରିଥିଲେ । ରୋକ୍ସିଲେନ ବାଦାମବାଡ଼ିରୁ ଜଣେ , ଓଡ଼ିଆ ବଜାରରୁ ଜଣେ , ରଉସାପାଟଣାରୁ ୩ ଜଣ ପୁରୁଷ ଏବଂ ୨ ଜଣ ମହିଳା ଚିହ୍ନଟ ହୋଇଛନ୍ତି ।

ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ଦୁଇଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଡଗରପଡ଼ା ଗୋପାଳସାହି ଅଞ୍ଚଳରୁ ଜଣେ ୩୦ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ଶାନ୍ତି ବିହାର କନିକାରୋଡ଼ର ୩୭ ବର୍ଷୀୟ ପୁରୁଷ ଅଟନ୍ତି ।

ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ୬ଜଣଙ୍କ ମଧ୍ୟରୁଏସସିବି ମେଡ଼ିକାଲ ଆଇସୋଲେସନ ୱାର୍ଡ଼ରୁ ଦୁଇ ଜଣ ପୁରୁଷ ଚିହ୍ନଟ ହୋଇଛନ୍ତି । ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଜଣେ ୨୦ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୩୫ ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶରୁ ଫେରି ଜଣେ ୨୪ ବର୍ଷୀୟ ପୁରୁଷ ଏବଂ ପଶ୍ଚିମବଙ୍ଗରୁ ଫେରି ଜଣେ ୩୩ ବର୍ଷୀୟ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି ।