କଟକରୁ ୧୬ କରୋନା ପଜିଟିଭ୍‌ ଚିହ୍ନଟ

କଟକ: କଟକ ସହରରୁ ସୋମବାର ଆଉ ୧୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ପଜିଟିଭ୍‌ ମଧ୍ୟରୁ ୧୪ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକ ସହରରେ ମୋଟ୍‌ କରୋନା ପଜିଟିଭଙ୍କ ସଂଖ୍ୟା ୩୬୬ରେ ପହଁଚିଥିବା ବେଳେ ୨୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ୭ଜଣ ପ୍ରାଣ ହରାଇଥିବା ବେଳେ ଆହୁରି ମଧ୍ୟ ୧୪୨ଟି କରୋନା ସକ୍ରିୟ ମାମଲା ରହିଛି। ଏତଦ୍‌ ବ୍ୟତୀତ ଆଜି କଟକ ଜିଲ୍ଲାରୁ ୩୨ଟି କୋଭିଡ ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି।

୧୬ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୮ଜଣ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ । ସରକାରୀ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରୁ ଜଣେ ୨୬ବର୍ଷର, ୫୫ବର୍ଷର, ୩୫ବର୍ଷର ଓ ୨୮ବର୍ଷର ଜଣେ ମହିଳା ରହିଥିବା ବେଳେ ଜଣେ ୪୦ବର୍ଷର ପୁରୁଷ ଓ ଜଣେ ୨୦ବର୍ଷର ପୁରୁଷ ରହିଛନ୍ତି। ସେହିପରି ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ପିଜିଟିଭ୍‌ ଚିହ୍ନଟଙ୍କ ମଧ୍ୟରେ ୩୪ବର୍ଷର ଦୁଇଜଣ, ୨୬ବର୍ଷର ଜଣେ, ୨୭ବର୍ଷର ଜଣେ ଓ ୫୦ବର୍ଷର ଜଣେପୁରୁଷ, ୯ବର୍ଷର ଶିଶୁ ଏବଂ ୩୨ବର୍ଷର, ଓ ୧୨ବର୍ଷର ଜଣେ ମହିଳା ରହିଛନ୍ତି।

ଏଥିସହିତ ୨ଜଣ ସ୍ଥାନୀୟ ସଂକ୍ରମିତ ହେଲେ ଡଗରପଡାର ୭୫ ବର୍ଷୀୟ ବୃଦ୍ଧ ଓ ସୁତାହାଟର ୩୫ ବର୍ଷୀୟ ମହିଳାଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି।