ଭୁବନେଶ୍ୱର : ଜାନୁଆରୀ ୧୫ ମକର ସଂକ୍ରାନ୍ତି ସରକାରୀ ଛୁଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମକର ସଂକ୍ରାନ୍ତିକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ଜାନୁଆରୀ ୧୫ ତାରିଖରେ ମକର ସଂକ୍ରାନ୍ତି ପଡୁଥିବାରୁ ଏହି ଦିନକୁ ସରକାରୀ ଛୁଟି ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ୧୫ ତାରିଖରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ରହିବ ।