ଭୁବନେଶ୍ୱର: ରାଜ୍ୟରେ ଆଜି ୨୯ଟି ଜିଲ୍ଲାରୁ ୧୫୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୨୭୬ରେ ପହଞ୍ଚିଛି।
Another 1550 #COVID19 patients have recovered and are being discharged on 16.8.2020
355 from Ganjam
241 from Khurdha
118 from Sundergarh
99 from Cuttack
89 from Sambalpur
72 from Dhenkanal
64 from Malkangiri
63 from Balasore
62 from Kandhamal
59 from Puri— H & FW Dept Odisha (@HFWOdisha) August 16, 2020
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୪୧ ଜଣ, ସୁନ୍ଦରଗଡ଼ରୁ ୧୧୮ ଜଣ, କଟକରୁ ୯୯ ଜଣ, ସମ୍ବଲପୁରରୁ ୮୯ ଜଣ, ଢେଙ୍କାନାଳରୁ ୭୨ ଜଣ, ମାଲକାନଗିରିରୁ ୬୪ ଜଣ, ବାଲେଶ୍ୱରରୁ ୬୩ ଜଣ, କନ୍ଧମାଳରୁ ୬୨ ଜଣ ଓ ପୁରୀରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି କୋରାପୁଟ ଜିଲ୍ଲାରୁ ୪୧ ଜଣ, ମୟୂରଭଂଜରୁ ୩୯ ଜଣ, ଭଦ୍ରକରୁ ୩୮ ଜଣ, ଗଜପତିରୁ ୩୨ ଜଣ, ବଲାଙ୍ଗୀରରୁ ୨୬ ଜଣ, ରାୟଗଡ଼ାରୁ ୨୦ ଜଣ, ଜଗତସିଂହପୁରରୁ ୧୮ ଜଣ, ଝାରସୁଗୁଡ଼ାରୁ ୧୭ ଜଣ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝରରୁ ୧୬ ଜଣ ଲେଖାଏଁ, ବୌଦ୍ଧରୁ ୧୫ ଜଣ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ାରୁ ୬ ଜଣ ଲେଖାଏଁ, ବରଗଡ଼, ସୁବର୍ଣ୍ଣପୁରରୁ ୫ ଜଣ ଲେଖାଏଁ, ଅନୁଗୁଳରୁ ୪ ଜଣ ଓ ନୟାଗଡ଼ରୁ ୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୯ ଲକ୍ଷ ୮ ହଜାର ୫୦୮ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୬୦ ହଜାର ୫୦ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୪୦ ହଜାର ୭୨୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩୪୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୭ ହଜାର ୩୭୭ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।