ଆଜି ରାଜ୍ୟରେ ସୁସ୍ଥ ହେଲେ ୧୫୨୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୭ଟି ଜିଲ୍ଲାରୁ ଆଜି ୧୫୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୭୨୬ରେ ପହଞ୍ଚିଛି ।


ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୩୧ ଜଣ, କଟକରୁ ୧୬୬ ଜଣ, ରାୟଗଡ଼ାରୁ ୯୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୯ ଜଣ, ପୁରୀରୁ ୮୦ ଜଣ, କଳାହାଣ୍ଡିରୁ ୭୭ ଜଣ, ବାଲେଶ୍ୱରରୁ ୬୧ ଜଣ, ନୟାଗଡ଼ରୁ ୫୬ ଜଣ, ଗଜପତି, ସମ୍ବଲପୁରରୁ ୫୪ ଜଣ ଲେଖାଏଁ ଏବଂ ଯାଜପୁର ଜିଲ୍ଲାରୁ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିଭଳି କୋରାପୁଟ ଜିଲ୍ଲାରୁ ୪୬ ଜଣ, ଭଦ୍ରକ, କନ୍ଧମାଳରୁ ୨୬ ଜଣ ଲେଖାଏଁ, ମାଲକାନଗିରିରୁ ୨୨ ଜଣ, କେନ୍ଦୁଝରରୁ ୧୯ ଜଣ, ଜଗତସିଂହପୁରରୁ ୧୬ ଜଣ, ଅନୁଗୁଳ, ବଲାଙ୍ଗୀର, କେନ୍ଦ୍ରାପଡ଼ାରୁ ୧୩ ଜଣ ଲେଖାଏଁ, ବରଗଡ଼, ଝାରସୁଗୁଡ଼ାରୁ ୧୦-୧୦ ଜଣ, ସୁବର୍ଣ୍ଣପୁରରୁ ୯ ଜଣ, ମୟୂରଭଂଜରୁ ୯ ଜଣ, ବୌଦ୍ଧରୁ ୫ ଜଣ ଓ ନବରଙ୍ଗପୁରରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।