ପ୍ରାଣ ହରାଇଲେ ୮ ଆତଙ୍କବାଦୀ ଓ ୧୫ ପାକିସ୍ତାନୀ

ନୂଆଦିଲ୍ଲୀ: ୮ ଆତଙ୍କବାଦୀ ଓ ୧୫ ପାକିସ୍ତାନୀ ସେନା ଏପ୍ରିଲ ୧୦ରେ ପ୍ରାଣ ହରାଇଥିବା ନେଇ ସୁରକ୍ଷା ପ୍ରତିଷ୍ଠାନର ୨ଜଣ ଅଧିକାରୀ ସୂଚନା ଦେଇଛନ୍ତି । ନିୟନ୍ତ୍ରଣ ରେଖା ଦେଇ କେରନ ସେକ୍ଟରକୁ ମୁହାଁମୁହିଁ ହୋଇଥିବା ଡୁଡନିଆଲରେ ଭାରତୀୟ ସେନାର ଆର୍ଟିଲିରି ଆକ୍ରମଣରେ ୧୫ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିଲେ। ଏହା ପାକିସ୍ତାନକୁ ଏକ ବାର୍ତା ଥିଲା ବୋଲି ସୁରକ୍ଷା ପ୍ରତିଷ୍ଠାନର ଜଣେ ଅଧିକାରୀ କହିଛନ୍ତି ।

ତେବେ ଭାରତୀୟ ଅଧିକାରୀଙ୍କ ଦାବିକୁ ଖଣ୍ଡନ କରି ଭିନ୍ନ ମତ ରଖିଛି ପାକିସ୍ଥାନ । ଦେଓ ଫାକ୍ଟୋ ସୀମାରେ ଥିବା ଶାରଦା, ଡୁଡନିଆଲ୍ ଏବଂ ଶାହକୋଟ ସେକ୍ଟରରେ ଭାରତୀୟ ସେନା ଗୁଳି ଚଳାଇଛି ବୋଲି ପାକିସ୍ତାନୀ ସେନା ସ୍ୱୀକାର କରିଥିଲେ ମଧ୍ୟ ଆକ୍ରମଣରେ ଜଣେ ୧୫ବର୍ଷର ବାଳିକା ସମେତ କେବଳ ଚାରିଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଥିବା କହିଛି। ଏହା ସହ ଇସଲାମାବାଦ ୨୦୨୦ରେ ୭୦୮ଅସ୍ତ୍ରବିରତି ନିୟମ ଉଲ୍ଲଂଘନ ପାଇଁ ଭାରତୀୟ ସେନାକୁ ଦାୟୀ କରିଛି, ଯେଉଁଥିରେ ଦୁଇଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪୨ ଜଣ ଆହତ ହୋଇଛନ୍ତି।

ଅନ୍ୟ ପକ୍ଷରେ ଭାରତୀୟ ଗୁଇନ୍ଦା ରିପୋର୍ଟରେ, ଆହତଙ୍କ ପରିମାଣକୁ କମ୍ କରିବା ପାଇଁ ପାକିସ୍ତାନ ମିଛ କହୁଥିବା ଦାବି କରାଯାଇଛି । ଏପ୍ରିଲ ୧୦ରେ ପାକିସ୍ତାନୀ ସେନାବାହିନୀର ୧୫ଜଣ ସୈନିକଙ୍କ ସହ ୮ଜଣ ଆତଙ୍କବାଦୀଙ୍କ ପ୍ରାଣ ହରାଇଲେ, ଯେତେବେଳେ ସେନା ଦୀର୍ଘ ଦୂରଗାମୀ ଗୁଳି ବ୍ୟବହାର କରି ସେମାନଙ୍କୁ ଆକ୍ରମଣ କରିଥିଲା। ଏହା ଦ୍ୱାରା ଡୁଡନିଆଲ୍ ଅଂଚଳରେ ଥିବା ଦୋକାନ, ଯେଉଁଠାରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ଥିଲା ତାହା କ୍ଷତିଗ୍ରସ୍ଥ ହୋଇଥିବା ରିପୋର୍ଟରେ କୁହାଯାଇଛି ।