ଭାରତ ବନ୍ଦ: ରାଜ୍ୟର ୧୫ଟି ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ଆଜି ୧୨ ଦଫାରେ ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ହୋଇଥିବା ୨୪ ଘଂଟିଆ ଭାରତ ବନ୍ଦ ଯୋଗୁଁ ରାଜ୍ୟର ୧୫ଟି ଜିଲ୍ଲାରେ ସ୍କୁଲ ଛୁଟି କରିଦିଆଯାଇଛି ।

ଓଡ଼ିଶାର ଅନେକ ଜିଲ୍ଲାରେ ବସ୍ ଓ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ବନ୍ଦ ପାଇଁ ସତର୍କତା ଦୃଷ୍ଟିରୁ ରାଜ୍ୟର ୧୫ଟି ଜିଲ୍ଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। କନ୍ଧମାଳ, ଖୋର୍ଦ୍ଧା, ଭଦ୍ରକ, ଗଞ୍ଜାମ, ଢେଙ୍କାନାଳ, ଜଗତସିଂହପୁର, ଗଜପତି, ରାୟଗଡ଼ା, ଝାରସୁଗୁଡ଼ା, ବୌଦ୍ଧ, କଳାହାଣ୍ଡି, ନୟାଗଡ଼,ମାଲକାନଗିରି, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।