୧୫ ଦିନରେ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏବେ ବି ଦେଶ ସମେତ ରାଜ୍ୟରେ କରୋନାର ତାଣ୍ଡବ ଜାରି ରହିଛି । ସବୁ ପ୍ରବାସୀ ଏବେ ବି ନିଜ ରାଜ୍ୟକୁ ଫେରିପାରିନାହାନ୍ତି । ଅନକେ ଦୟନୀୟ ଅବସ୍ଥାରେ ସେମାନେ ଦିନ କାଟୁଛନ୍ତି । ତେବେ ପ୍ରବାସୀ ଶ୍ରମିକଙ୍କ କଷଣ ନେଇ ସୁପ୍ରିିମକୋର୍ଟ ଏକ କଡା ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀ ଶ୍ରମିକମାନଙ୍କୁ ୧୫ ଦିନ ମଧ୍ୟରେ ଘରେ ପହଂଚାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ।

15-days-to-transport-all-migrants-to-their-homes-supreme-court-to-centre-states

ଏହାଛଡା ଏବେ ଫେରୁଥିବା ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଦେବାକୁ ସବୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ସମେତ ବିଭିନ୍ନ ରାଜ୍ୟ ନିଜ ପକ୍ଷ ରଖିଛନ୍ତି । ଜୁନ ୩ ତାରିଖରୁ ୪୨୨୮ ସ୍ପେଶାଲ ଟ୍ରେନ ଚାଳିଛି ବୋଲି କହିଛନ୍ତି ସଲିସିଟର ଜେନେରାଲ । ଏଏସଜି କହିଛନ୍ତି ଦିଲ୍ଲୀରୁ ଆଉ ମାତ୍ର ୧୦ ହଜାର ଶ୍ରମିକ ଯିବାକୁ ଚାହୁଁଛନ୍ତି । ଦିଲ୍ଲୀରେ ଦୁଇ ଲକ୍ଷ ଶ୍ରମିକ ରହିଯାଇଥିବା ବେଳେ ଘରକୁ ଯିବାକୁ ଚାହୁଁନଥିବା ସୂଚନା ଦିଆଯାଇଛି । ଏହା ଛଡା ୨୧ ଲକ୍ଷ ଲୋକଙ୍କୁ ଫେରାଇ ନିଆଯାଇଥିବା ୟୁପି ପକ୍ଷର ଓକିଲ କହିଛନ୍ତି । ଦିଲ୍ଲୀରୁ ପ୍ରାୟ ସାଢେ ୫ ଲକ୍ଷ ଲୋକଙ୍କୁ ବସରେ ନିଆଯାଇଛି । ବିହାରକୁ ୨୮ ଲକ୍ଷ ଲୋକଙ୍କୁ ଫେରାଇ ନିଆଯାଇଛି । ଅନ୍ୟପଟେ ସମସ୍ତଙ୍କୁ ଘରକୁ ପଠାଇବାକୁ ଆଉ ୧୫ ଦିନ ସମୟ ମାଗିଛି ରାଜସ୍ଥାନ ।