ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବରଣ କରିଥିବା ସମସ୍ତ ୧୫ ଆକ୍ରାନ୍ତ ହେଉଛନ୍ତି ପୁରୁଷ । ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୭୩୬ ରେ ପହଞ୍ଚିଛି ।
Regret to inform of the demise of fifteen Covid positive patients while under treatment in hospitals.
1.A 51 year old male of Balasore district.
2.A 62 year old male of Bhubaneswar who was also suffering from Diabetes, hypertension.
— H & FW Dept Odisha (@HFWOdisha) September 23, 2020
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁବରଣ କରିଥିବା ସମସ୍ତ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣଙ୍କର ପୂର୍ବରୁ ଅନ୍ୟ ରୋଗ ଥିବାବେଳେ ଅବଶିଷ୍ଟ ୬ ଜଣ କେବଳ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।
ପୂର୍ବରୁ ଅନ୍ୟ କୌଣସି ରୋଗ ନଥିବା ମୃତକମାନେ ହେଲେ ବାଲେଶ୍ୱରର ୫୧ ବର୍ଷୀୟ ପୁରୁଷ, ଭୁବନେଶ୍ୱରର ୪୨ ଓ ୭୦ ବର୍ଷୀୟ ପୁରୁଷ, ଢେଙ୍କାନାଳର ୭୨ ବର୍ଷୀୟ ପୁରୁଷ, ମୟୁରଭଞ୍ଜର ୭୪ ବର୍ଷୀୟ ପୁରୁଷ ଓ ନୂଆପଡ଼ାର ୩୭ ବର୍ଷୀୟ ଯୁବକ ।
ଅନ୍ୟପକ୍ଷରେ ମଧୁମେହ ଓ ଉଚ୍ଚରକ୍ତ ଚାପରେ ପୀଡ଼ିତ ଭୁବନେଶ୍ୱରର ଜଣେ ୬୨ ବର୍ଷୀୟ ବ୍ୟକ୍ତି, କନ୍ଧମାଳର ୭୫ ବର୍ଷୀୟ ବ୍ୟକ୍ତି, ମାଲକାନଗିରିର ୪୧ ବର୍ଷୀୟ ଯୁବକ, ପୁରୀର ୭୨ ଓ ୭୦ ବର୍ଷୀୟ ବ୍ୟକ୍ତି, ମୟୁରଭଞ୍ଜର ୬୩ ବର୍ଷୀୟ ବ୍ୟକ୍ତି ଓ ନୟାଗଡ଼ର ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।
ଅନ୍ୟପକ୍ଷରେ ଭୁବନେଶ୍ୱରର ଜଣେ ୩୫ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି, ଯିଏକି କିଡନୀ ରୋଗରେ ପୀଡ଼ିତ ଥିଲେ । କଟକର ଜଣେ ୬୭ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଯିଏକି ବାତରୋଗ ଓ ଉଚ୍ଚରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।