ଭୁବନେଶ୍ୱର: ଦିନକୁ ଦିନ ବଢ଼ଚାଲିଛି କରୋନାର ପ୍ରକୋପ । ଜଣକ ପରେ ଜଣଙ୍କ ମୁଣ୍ଡ ନେଉଛି କିଲର ଭାଇରସ । ପ୍ରତିଦିନ ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି ଲୋକେ । ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୧୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୦୭ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
Regret to inform of the demise of fifteen Covid positive patients while under treatment in hospitals.
1.A 47 year old female of Bhubaneswar who was also suffering from Chronic Kidney Disease.
2.A 63 year old male of Bhubaneswar.
— H & FW Dept Odisha (@HFWOdisha) October 4, 2020
ଆଜି ପ୍ରାଣ ହରାଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି । ସେହିପରି କେନ୍ଦ୍ରାପଡ଼ାରୁ ୨ଜଣ, ବୌଦ୍ଧ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।