ଆଜି ରାଜ୍ୟରେ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୧୫ ଜୀବନ ନେଇଛି କରୋନା ।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬୭ରେ ପହଞ୍ଚି ଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୁରୀରୁ ୩ ଜଣ, ମୟୁରଭଞ୍ଜରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ରାୟଗଡ଼ା, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଟକ, ବଲାଙ୍ଗୀର ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାର ୪ ମୃତକ ହେଲେ ଭୁବନେଶ୍ୱରର ୭୦,୭୬,୬୦ ଓ ୬୩ ବର୍ଷୀୟ ପୁରୁଷ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬୭କୁ ବୃଦ୍ଧି ପାଇଛି ।