ମା ଶାରଳାଙ୍କ ପୀଠରେ ୧୪୪ ଧାରା

ଜଗତସିଂହପୁର: ଜଗତସିଂହପୁର ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା  ।  ଜିଲ୍ଲାପାଳ ଏହି କଟକଣା ଲାଗୁ କରିଛନ୍ତି । କରୋନା ଭାଇରସର ସଂକ୍ରମଣ ଯେଭଳି ନ ବ୍ୟାପେ ତାହାକୁ ନଜରରେ ରଖି ଜିଲ୍ଲାପାଳ ଏଭଳି ନିଷ୍ପତି ନେଇଛନ୍ତି । ମା ଶାରଳାଙ୍କ ପୀଠ ସହ ବାଲିକୁଦା ତହସିଲ ଅଧୀନରେ ଥିବା ଭଗବତୀ ମନ୍ଦିରରେ ମଧ୍ୟ ୧୪୪ ଧାରା ଲାଗୁ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶ ମୁତାବକ ଏହି ଦୁଇ ପୀଠରେ ହେବାକୁ ଥିବା ଝାମୁଯାତ୍ରାରେ ଲୋକଙ୍କ ସମାଗମକୁ ନଜରରେ ରଖି ଏହି କଟକଣା ଜାରି କରାଯାଇଛି । ଆସନ୍ତା ୧୨ ତାରିଖରୁ ୧୪ ତାରିଖ ଯାଏଁ ଦୁଇ ପୀଠରେ ଝାମୁଯାତ୍ରା ହେବାକୁ ଥିବାବେଳେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ହେବାର ଆଶଙ୍କା କରି ୧୪୪ ଧାରା ଲାଗୁ କରାଯାଇଛି।