ଯନ୍ତାପାଇରେ ହଟିଲା ୧୪୪ ଧାରା

ମାଲକାନଗିରି:୨୪ ଘଂଟା ପରେ ମାଲକାନଗିରି ଜିଲ୍ଲା ଯନ୍ତାପାଇରୁ ୧୪୪ ଧାରା ହଟିଛି । ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଏହି ଅଂଚଳରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ଲାଗୁ କରିଥିଲା ।

ସୂଚନାନୁସାରେ, ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଜଣେ ଯୁବକଙ୍କ ମୃତଦେହ ଏକ ସ୍କୁଲ ନିକଟରୁ ମିଳିଥିଲା । ଯୁବକଜଣଙ୍କ ସାପ୍ତାହିକ ହାଟକୁ ଆସି ଆଉ ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ବୃଦ୍ଧି ପାଇଥିଲା । ଏହା ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇଥିଲା ।

ତେବେ ୨୪ ଘଂଟା ପରେ ଏଠାକାର ସ୍ଥିତି ସ୍ୱାଭାବିକ ଥିବା ପ୍ରଶାସନ ଅନୁଭବ କରିଥିଲା । ଯନ୍ତାପାଇବାସୀ ଓ ପ୍ରଶାସନ ମଧ୍ୟରେ ଆପୋସ ଆଲୋଚନା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ଫଳରେ ୧୪୪ଧାରାକୁ ଉଠାଇ ନିଆଯାଇଛି ।